ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ସାପ୍ତାହିକ ସାମ୍ୱାଦିକତା ପତ୍ରାଂଶ ଉତ୍ତର-ଟେଲିଭିଜନ ଯୁଗରେ ୟୁଟ୍ୟୁବ (ପଠନ ଅବଧି : ୫ ମିନଟ) ଡକ୍ଟର ପ୍ରଦୀପ ମହାପାତ୍ର ସଂଖ୍ୟା : ୩୩୫ / ବ୍ରହ୍ମପୁର, ୧୯ ଜାନୁୟାରୀ ୨୦୨୪ ଭାରତୀୟ ଗଣମାଧ୍ୟମ ମୂଳସ୍ରୋତରେ ୨୦୨୪ ଆରମ୍ଭ ସୁଦ୍ଧା ଓଭର-ଦି-ଟପ ବା ‘ଓଟିଟି’ ମଞ୍ଚ ୟୁଟ୍ୟୁବ ସର୍ବାପେକ୍ଷା ପ୍ରଭାବଶାଳୀ ବିବେଚିତ । ବୟୋଜ୍ୟେଷ୍ଠ ଗଣମାଧ୍ୟମ ବିଶ୍ଳେଷିକା ସେବନ୍ତୀ ନିନାନ ୨୦୨୩ ଡ଼ିସେମ୍ୱର ଶେଷ ସପ୍ତାହରେ ଇଂଲିଶ ସମ୍ୱାଦପତ୍ର ‘ଦି ଟେଲିଗ୍ରାଫ’ରେ ପ୍ରକାଶିତ ନିଜ ସ୍ତମ୍ଭରେ ‘ଉତ୍ତର-ଟେଲିଭିଜନ ଯୁଗ’ରେ ଭାରତୀୟ ଜନଜୀବନ ୟୁଟ୍ୟୁବ-ଆଶ୍ରିତ ଉଲ୍ଲେଖ କରିଥିଲେ । ଅର୍ଥାତ, ସ୍ୱାଧୀନୋତ୍ତର ଭାରତ ଗଣମାଧ୍ୟମ ଉପତ୍ୟକାରେ ମୁଦ୍ରଣ ପରେ ଟେଲିଭିଜନ ଗୁରୁତ୍ୱଲାଭ କରିଥିବା ସ୍ଥଳେ ମହାମାରୀ-ପର ପରିବେଶ ‘ନ୍ୟୂ-ନରମାଲ’ରେ ସାର୍ବଜନୀନ ଭିଡ଼ିଓ ବିନିମୟ ମଞ୍ଚ ୟୁଟ୍ୟୁବକୁ ଅପସାରିତ । ସେ ଦର୍ଶାଇଛନ୍ତି ଯେ ଉଭୟ ସମ୍ୱାଦ-କର୍ତ୍ତା ‘ନିଉଜ ମେକର୍ସ’ ଓ ସମ୍ୱାଦ-ପ୍ରଯୋଜକ ‘ନିଉଜ ପ୍ରୋଡ୍ୟୁସର୍ସ’ଙ୍କ ୟୁଟ୍ୟୁବ ପ୍ରଥମ ପସନ୍ଦ । ନିନାନଙ୍କ ମତରେ ୟୁଟ୍ୟୁବରେ ଭିଡ଼ିଓ ପ୍ରଦର୍ଶନ ‘ଏକଜିବିସିନ’ କିମ୍ୱା ଆହରଣ ‘ଭିଉ’ ନିମନ୍ତେ ଖର୍ଚ୍ଚ କିମ୍ୱା କଟକଣା ନଥିବା ହେତୁ ପ୍ରକୃତ ଜନସଂଚାର ‘ପବ୍ଳିକ ବ୍ରଡ଼କାଷ୍ଟର’ର ପରିଚ଼ୟ ଲାଭ କରିଛି ।
ଉତ୍ତର-ଟେଲିଭିଜନ ଯୁଗରେ ୟୁଟ୍ୟୁବ